ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଭଙ୍ଗାହେବ । ଓଡ଼ିଶା ଭବନକୁ ରାଜ୍ୟ ସରକାର ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡିବା ପରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀରେ ଥିବା ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଓ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଓଡ଼ିଶା ଭବନ ଅସୁରକ୍ଷିତ ବୋଲି ଜଣାପଡ଼ିଥିଲା । ଓଡିଶା ଭବନକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ରିପୋର୍ଟ ଦିଆଯାଇଥିଲା ।

୨୦୨୪ ଅଗଷ୍ଟ ୨୮ରେ ଆଉ ଏକ ଚିଠି କରାଯାଇ ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଜଣାପଡିଛି। ଏହି ରିପୋର୍ଟ ଉପରେ ତଦନ୍ତ କରିବା ପରେ ଓଡ଼ିଶା ଭବନ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *