ପୁଣି ରାଜ୍ୟରେ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ନିକଟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଥିବା ବେଳେ ଏବେ ଜଣେ ଅଣ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଦଶରଥପୁର ଥାନା ଭଦ୍ରକ ପଡ଼ିଆ ନିକଟରେ ଅସଦାଚରଣ ହୋଇଥିବା ଜଣାପଡିଛି । ଯୁବତୀ ସ୍ଥାନୀୟ ବାନ୍ଧବୀଙ୍କ ସହ ବିରଜା ମନ୍ଦିର ଦର୍ଶନ ସାରି ଫେରିବା ବେଳେ ଅଘଟଣ ଘଟିଛି । ଦୁଇ ଯୁବତୀଙ୍କୁ ଅଟକାଇ ଦୁଇ ଯୁବକ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ଡ୍ରେସକୁ ଟଣା ଓଟରା କରଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହେଇଛି । ଦୁଇ ଯୁବକ ଅନିଲ ଜେନା ଏବଂ ନୀତେଶ ଜେନା ବୋଲି ଜଣାପଡିଛି । ସୂଚନା ଯୋଗ୍ୟ; ଯାଜପୁର ଦଶରଥପୁର କରଞ୍ଜମାଳ ତରାଙ୍ଗ ସାଗରପୁର ଗ୍ରାମର ତପସ୍ୱିନୀ ଦାଶଙ୍କ ସାଙ୍ଗ ଦିଲ୍ଲୀରୁ ଆସିଥିଲେ । ଗତ ରବିବାର ସନ୍ଧ୍ୟା ସମୟରେ ଯାଜପୁର ବିରଜା ଙ୍କ ଦର୍ଶନ ସାରି ବସ୍ ଯୋଗେ ଘରକୁ ଫେରିଥିଲେ । ନନ୍ଦିପୁର ସ୍ଥିତ ଭଦ୍ରଖ ପଡିଆ ପାଖରେ ଦୁଇ ଯୁବତୀଙ୍କୁଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିଲେ । ସେମାନଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ରକୁ ଟଣା ଓଟରା କରଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହେଇଛି । Post navigation ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳନ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ