ଦିଲ୍ଲୀରୁ ଲେହ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣର କିଛି ସମୟ ଭିତରେ ଫେରିଆସିଲା ବିମାନ । ୧୮୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା ବିମାନ  । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବ ଫଳରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା ।

ସୂଚନା ଯୋଗ୍ୟ; ନୂଆଦିଲ୍ଲୀରୁ ଲେହ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ ୨୦୦୬)ରେ ଯାନ୍ତ୍ରିକ ସମସ୍ୟା ଦେଖାଯାଇଛି। ଫଳରେ ବିମାନକୁ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ବିମାନରେ ପାଇଲଟ୍ ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୧୮୦ ଜଣ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବରେ ବିମାନରୁ ବାହାର କରାଯାଇଛି। ଇଣ୍ଡିଗୋ ଏପର୍ଯ୍ୟନ୍ତ ଯାନ୍ତ୍ରିକ ସମସ୍ୟା ବିଷୟରେ ସଠିକ୍ ସୂଚନା ଦେଇନାହିଁ।

Leave a Reply

Your email address will not be published. Required fields are marked *