କାର୍ ଭିତରୁ ନିଖୋଜ ଆଇନଜୀବୀଙ୍କ ଗଳିତ ମୃତଦେହ ଉଦ୍ଧାର । ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସକାଳୁ ସାରସକଣା ଝାରପୋଖରିଆ ଥାନା ଉପରବେଢ଼ା ଗାଁ ପୋଖରୀ ଭିତରୁ ମିଳିଥିଲା ଗଳିତ ମୃତଦେହ ସହ କାର୍ ମିଳିଥିଲା। ଏହାପରେ ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡିଛି। ଦୁଇ ମାସ ତଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାରକୁ ପୋଖରୀ ଭିତରୁ ଉଦ୍ଧାର ହୋଇଛି।

ସୂଚନା ଯୋଗ୍ୟ; ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଠୁଲୁକୁଚଟାଣି ଗାଁର ଗୁଲେସ ଚନ୍ଦ୍ର ଗୋଛାୟତ ଗତ ସେପ୍ଟେମ୍ବର ୧୧ରୁ ନିଖୋଜ ଥିଲେ। ଝାଡ଼ଖଣ୍ଡ ବୋହୋଡାଗୋଡ଼ା ଯାଉଛି କହି ଘରୁ ବାହାରି ଯାଇଥିଲେ। ପରିବାର ଲୋକ ଯୋଗାଯୋଗ କରିବାରୁ ଗୁଲେସ ଗୋଛାୟତ କହିଥିଲେ ମୁଁ ଖଡଗପୁର ପଳାଇ ଆସିଛି, ରାତିରେ ଫେରିବି। ହେଲେ ପରବର୍ତ୍ତୀ ସମୟରେ ମୋବାଇଲ ଫୋନ ସୁଇଚ ଅଫ ହୋଇ ଯାଇଥିଲା। ମନରେ ସନ୍ଦେହ ହେବାରୁ ତାଙ୍କ ସ୍ତ୍ରୀ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନ ଥିଲା।

Leave a Reply

Your email address will not be published. Required fields are marked *