ଶିମିଳିପାଳରେ ପୋଷା ହାତୀ ‘ମହେନ୍ଦ୍ର’ର ମୃତ୍ୟୁ । ୬୬ ବର୍ଷ ବୟସରେ ଚହଲାରେ ଆଖି ବୁଜିଲା ‘ମହେନ୍ଦ୍ର’ । ଦୀର୍ଘଦିନ ଧରି ଅସୁସ୍ଥ ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ସୂଚନା ଅନୁସାରେ, ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭାକୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା। ଶିମିଳିପାଳର ବିଭିନ୍ନ କାର୍ଯ୍ୟରେ ଗୁରୁତ୍ଵପୁର୍ଣ୍ଣ ଭୁମିକା ଲିଭଉଥିଲା ମହେନ୍ଦ୍ର । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା । କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ଶିମିଳିପାଳରେ ଅସହ୍ୟ ଜାଡ଼ ହେଉଥିବାରୁ ମହେନ୍ଦ୍ର ଅସୁସ୍ଥ ହୋଇ ପଡ଼ିଲା। ତୁରନ୍ତ ପ୍ରାଣୀବିଜ୍ଞାନୀ ଟିମ୍ ତାର ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଆଜି ମହେନ୍ଦ୍ରର ଶବ ବ୍ୟବଚ୍ଛେଦ କରାଯାଇ ଶିମିଳିପାଳରେ ପୋତି ଦିଆଯିବ । Post navigation ପ୍ରୟାଗରାଜ ମହାକୁମ୍ଭ ଆରମ୍ଭ; ବୁଡ଼ ପକାଇଲେ ଳକ୍ଷ ଲକ୍ଷ ଶ୍ରଦ୍ଧାଳୁ