ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୁଣାକଟକର ରବି ବେହେରା ଆଜି ଘରେ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତୁରନ୍ତ ତାଙ୍କୁ ପୁରୁଣାକଟକ ମେଡିକାଲ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ମୃତଦେହ ଘରକୁ ଆଣିଥିଲେ। ସଂସ୍କାର ପାଇଁ ଗ୍ରାମ ଶ୍ମଶାନରେ ଜ୍ଞାତି କୁଟୁମ୍ବ ଜୁଇ ସଜାଡ଼ି ଦେଇଥିଲେ। ହେଲେ ଜୁଇରେ ମୁଖାଗ୍ନି ଦେଲା ବେଳେ ମୃତ ଘୋଷିତ ହୋଇଥିବା ରବି ଉଠି ବସି ପଡ଼ିଥିଲେ। ତେବେ ସଂଗେ ସଂଗେ ଜୁଇରୁ ରବିଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ଚିକିତ୍ସାଧୀନ ଅଛନ୍ତି। Post navigation ସମାଧାନ ହେଲା ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ବିବାଦ ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ