The dead woman's body. Focus on hand

ନୃତ୍ୟ ଅଭ୍ୟାସ ବେଳେ ନୀରବିଗଲେ ନୃତ୍ୟ ଗୁରୁ ମାୟାଧର ଜେନା । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଷଠୀପୁରରେ । ଶୁକ୍ରବାର ପୂର୍ବାହ୍ନରେ ଷଠୀପୁରସ୍ଥିତ ଯାଜ୍ଞସେନୀ ଅପେରା କ୍ୟାମ୍ପରେ ରିହରସଲ ଚାଲିଥିଲା ।  ଅଭ୍ୟାସ ବେଳେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁ ଖବର ପାଇ ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *