ପାଖେଇଆସୁଛି ବାହୁଡ଼ା ଯାତ୍ରା ।ହେରାପଞ୍ଚମୀ ନୀତି ପରେ ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଆଜି ୩ ରଥର ଦକ୍ଷିଣ ମୋଡ଼ କରାଯାଉଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯାଇଥିବା। ଏହାପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଛି। ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ ମୋଡ଼ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ ଆସି ତିନି ରଥରେ ପହଞ୍ଚି ଥିଲା। ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ପାଖରେ ପହଞ୍ଚିବା ପରେ ନୀତିକାନ୍ତି ଶେଷ ହୋଇଥିଲା । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ସୂଚନାଯୋଗ୍ୟ, ଆସନ୍ତାକାଲି ହେରା ପଞ୍ଚମୀ ଥିଲା । ମହାପ୍ରଭୁ ଗୋଟିଏ ଦିନ କହି ଶ୍ରୀମନ୍ଦିରରୁ ଆସିବାର ୫ ଦିନ ହୋଇଯାଇଥିବାରୁ ମହାଲକ୍ଷ୍ମୀ ରାଗ କରିଥିଲେ । ମହାପ୍ରଭୁଙ୍କୁ ଖୋଜି ଖୋଜି ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚି ଥିଲେ । ଏହାପରେ ଶ୍ରୀମନ୍ଦିର ଫେରିବାକୁ ମହାପ୍ରଭୁଙ୍କୁ କହିଥିଲେ । ହେଲେ ମହାପ୍ରଭୁ ଯିବାକୁ ମନା କରିବାରୁ ମହାଲକ୍ଷ୍ମୀ ରାଗ ଓ ଅଭିମାନରେ ଫେରିବେ ବେଳେ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଥିଲେ । Post navigation ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ: ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିବର୍ଷ ଜୁନ୍ ୨୫ରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ