ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶ ର କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’ । କାକିନାଡାରେ ସ୍ଥଳଭାଗ ଛୁଇଁ ଓଡ଼ିଶାରେ ପ୍ରବେଶ କରିବ ବାତ୍ୟା । ବାତ୍ୟା ମୋନ୍ଥାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । “ମୋନ୍ଥା” ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ ଉପକୂଳ ଅତିକ୍ରମ କରି କାକିନାଡାର ଦକ୍ଷିଣରେ, ମାଛିଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟରେ ଆଗାମୀ ୨ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ସାମୁଦ୍ରିକ ଝଡ ଭାବରେ ଆସିପାରେ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏବଂ ବର୍ତ୍ତମାନ ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଛି । ମୋନ୍ଥା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଉପକୂଳବର୍ତ୍ତୀ ସ୍ଥାନରେ ସମୁଦ୍ର ଅଶାନ୍ତ ରହିଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । Post navigation Nuapada Bypoll: ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି Cyclone Montha: ମୋନ୍ଥା ସମୀକ୍ଷା ପାଇଁ କଣ୍ଟ୍ରୋଲ ରୁମ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ