ବାତ୍ୟା ‘ଦାନା’ ପୁଣି ଥରେ ନିଜର ଦିଗ ପରିବର୍ତ୍ତନ କରିଛି । ସମୁଦ୍ର ଗର୍ଭରେ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ରୂପ ନେବ । ଏହାରି ଭିତରେ ବାତ୍ୟାର ଲ୍ୟାଣ୍ଡଫଲକୁ ନେଇ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ବାତ୍ୟା ଭଦ୍ରକର ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶରେ ଘୋଟିଆସୁଛି କଳା ହାଣ୍ଡିଆ ମେଘ । ଧାମରା , ପାରାଦୀପରେ ବର୍ଷା ଆରମ୍ଭ ହୋଇଛି। ପାରାଦୀପ , ଧାମରା , ରାଜନଗରେ ପ୍ରବଳ ବର୍ଷା । ଧାମରାରେ ବର୍ଷା ସହ ପବନ ଓ ପାରାଦୀପରେ ପରିବେଶ ମେଘାଚ୍ଛନ। କେନ୍ଦ୍ରାପଡା ଓ ରାଜନଗରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ମୁତାବକ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ସମୁଦ୍ର ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତା ୨୪ ତାରିଖ ରାତ୍ରି ଏବଂ ୨୫ ତାରିଖ ଭୋର ମଧ୍ୟର ସ୍ଥଳ ଭାଗରେ ପହଁଚିବ । ଭିତରକନିକା ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡ ଫଲ୍ କରିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଦୀର୍ଘ ୨ ଘଣ୍ଟା ଧରି ଚାଲୁ ରହିବ । ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ୧୧୦କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *