୭ ଦିନ ଭିତରେ ଲୋକଙ୍କୁ ମିଳିବା ବାତ୍ୟା କ୍ଷୟକ୍ଷତି ଟଙ୍କା । ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି । ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ଟଙ୍କା । ଏହାପରେ ୭ ଦିନ ଭିତରେ ଜିଲ୍ଲାପାଳମାନେ ଲୋକଙ୍କୁ କ୍ଷତିପୂରଣ ଟଙ୍କା ଦେବେ । ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ବାତ୍ୟା ପ୍ରଭାବରେ ୬୦୦ କୋଟି ଟଙ୍କାର କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକ ଭିତରୁ ୧୩୧ ପ୍ରଭାବିତ ହୋଇଥିଲା । ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛି । ଏହି କ୍ରମରେ ଚାଷୀଙ୍କୁ ପ୍ରଥମେ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ୭ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । Post navigation ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାରେ ପୁଣି ବର୍ଷିଲା ବିଜେଡି ଆରଡିସି ତଦନ୍ତ ପରିସରଭୁକ୍ତ ହେବେ କି ସିଏସଓ ଜ୍ଞାନେନ୍ଦ୍ର ମିଶ୍ର ?