୭୭ ତମ ଗଣତନ୍ତ୍ର ଦିବସ ଅବସର ରେ କଟକ ଜିଲ୍ଲା ବାଙ୍କୀ ଓ ଡମପଡା ବ୍ଲକ୍ ର ତିନିଜଣ କୃଷକ ଜିଲ୍ଲା ରେ ପ୍ରଥମ ଥର ପାଇଁ ଉତ୍ପାଦନ କରିଥିବା ଷ୍ଟ୍ରବେରୀ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟ ରେ ପ୍ରଦର୍ଶିତ କରିଛନ୍ତି । ଏହି ଷ୍ଟ୍ରବେରୀ ପ୍ରଦର୍ଶନ କୃଷକମାନଙ୍କ ନିମନ୍ତେ ଏକ ବଡ ସୁଯୋଗ ଓ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଷ୍ଟ୍ରବେରୀ ପ୍ରଦର୍ଶନ ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଦିଗ ଖୋଲିବା ସହ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ଓ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି ଷ୍ଟ୍ରବେରୀ ପ୍ରଦର୍ଶନ ସେହି ଦିଗରେ ଏକ ବଡ ଅଗ୍ରଗତି । Post navigation Padma Awardee Sarat Patra Felicitated: ପଦ୍ମଶ୍ରୀ ପାଇଁ ମନୋନୀତ ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା Panchayat Polls In Odisha: ପୁଣି ୟୁ-ଟର୍ଣ୍ଣ; ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ କହିଲେ ମନମୋହନ