ଚଳିତ ବର୍ଷ ଶେଷ ସୁଦ୍ଧା କଟକ-ସମ୍ବଲପୁର ରାସ୍ତା କାମ ଶେଷ ହେବ । ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେଉଁ ଏଜେନ୍ସି କାମ କରୁଥୁଲା ଆର୍ଥିକ ସ୍ଥିତି ଦୁର୍ବଳ କାରଣରୁ ବିଳମ୍ବ ହୋଇଥିଲା। କିନ୍ତୁ ଏବେ ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତ ବର୍ଷ କେନ୍ଦ୍ର ୧୩ ହଜାର କୋଟିର ନୀତିଗତ ଅନୁମୋଦନ ଦେଇଛି । ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ । ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା, ଆଗାମୀ ଗୋଟିଏ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Leave a Reply

Your email address will not be published. Required fields are marked *