ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର ସୁବାସ ସିଂ । ସାମ୍ବାଦିକ ସମ୍ମିଳନୀ କରି ସୁବାସ ସିଂ କହିଛନ୍ତି ୩ ବିଧାୟକ କଟକକୁ କଳଙ୍କିତ କରିଛନ୍ତି । ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ । କ୍ରସ୍ ଭୋଟିଂ କରିଥିବା ନେତା ଖତ ହୋଇଯିବେ । ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି । ରାଜ୍ୟବାସୀ କେବେ କ୍ଷମା ଦେବେନି। ୨ ବର୍ଷ ତଳୁ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ, ଏବେ ସାମ୍ନାକୁ ଆସିଲା । ସେ ଆଉ ମଧ୍ୟ କହିଛନ୍ତି ଭିକେ ପାଣ୍ଡିଆନଙ୍କ ଓଡ଼ିଶା ଓ କଟକ ପ୍ରତି ଅବଦାନ ଅନେକ । ବିଜେଡିକୁ ଦୁର୍ବଳ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଯଦି ଦମ୍ ଅଛି ଇସ୍ତଫା ଦେଇ ଉପନିର୍ବାଚନକୁ ଯାଆନ୍ତୁ । କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି । ଗତ ସାଧାରଣ ନିର୍ବାଚନ ପରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ସୁପ୍ରିମୋଙ୍କ ପାଖରେ ପୁରା ଖବର ଥିଲା । Post navigation Basta Block President Quits BJD: ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି Boycott VK Pandian: କଟକରେ ପାଣ୍ଡିଆନଙ୍କ ବିରୋଧରେ ବିକ୍ଷୋଭ