ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ ଟିମ୍ । ସକାଳୁ ସକାଳୁ ନବ ଦାସଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚ ଟିମ୍। ନବଙ୍କ ହତ୍ୟା ମାମଲାରେ ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ପହଞ୍ଚି ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରୁଥିବା ଜଣାଯାଇଛି । ଅତିରିକ୍ତ ଏସପିଙ୍କ ନିର୍ଦ୍ଦେଶରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ପହଞ୍ଚିଛନ୍ତି। ନବଙ୍କ ହତ୍ୟା ନେଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛନ୍ତି। ସୂଚନା ଯୋଗ୍ୟ; ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କିଛି ମାସ ତଳେ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଥିବା ଗଣମାଧ୍ୟମରେ କହିଥିଲେ। ଏହାପରେ ସିବିଆଇ ତଦନ୍ତ ପାଇଁ ଲିଖିତ ଦାବି କରିବାକୁ କହିଥିଲେ ଆଇନମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ ମିନତୀ ଦାସ । ଇ-ମେଲ୍ରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି । ଗତ ୧୧ ତାରିଖରେ ମିନତୀ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ଇ-ମେଲ୍ ସହ ଏକ ଚିଠି କରିଥିବା ଜଣାପଡିଛି । Post navigation ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ୯୦ ହଜାର ଛୁଇଁଲା ସୁନା ଦର