ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ ।ଗତକାଲି ୫ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ୍ ଆବେଦନ କରିଥିବା ବେଳେ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଲେ ଓପିଆଇଡି କୋର୍ଟ । ଏହା ସହ ତାଙ୍କ ସହ ତାଙ୍କର ଅନ୍ୟ ୨ ସହଯୋଗୀ ମଧ୍ୟ ରିମାଣ୍ଡରେ ଯିବେ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ; ଗତ ୧୩ ତାରିଖରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଆଜି କୋର୍ଟରେ ହାଜର ହେଲେ ରାଜା ଚକ୍ର। କ୍ରାଇମବ୍ରାଞ୍ଚ ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି। ଗତକାଲି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। Post navigation ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା; ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର ସୁଭଦ୍ରା ଦ୍ବିତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା: ଉପମୁଖ୍ୟମନ୍ତ୍ରୀ