Odisha Crime Branch Takes Over Gopalpur Gangrape Case
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୧୦ ଜଣ ଗିରଫ ହୋଇଥିବାବେଳେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ଏହାର ତଦନ୍ତ କରିବା ପାଇଁ ପୋଲିସ ଡିଜି ୱାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି ଏସ.ସାଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବ ବୋଲି ସୂଚନା ମିଳିଛି ।
 
ଘଟଣାର ୨୪ ଘଣ୍ଟା ଭିତରେ ୩ଟି ଟିମ୍ ଗଠନ କରି ପୋଲିସ ୬ ଯୁବକ ଏବଂ ୪ ନାବାଳକ ଅଭିଯକ୍ତଙ୍କୁ ଗିରଫ କରିଛି ।
 
ଗୋପାଳପୁର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏଭଳି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମାମଲାକୁ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *