ସାଇବର ଠକେଇ ମାମଲାରେ ଯାଜପୁରରେ କ୍ରାଇମବ୍ରାଞ୍ଚ ରେଡ୍। କଟକ କ୍ରାଇମବ୍ରାଞ୍ଚ ଟିମ୍ ଓ ଧର୍ମଶାଳା ପୋଲିସର ମିଳିତ ରେଡ୍ ହୋଇଛି । ଧର୍ମଶାଳା ଥାନା ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ଚଢ଼ାଉ ହୋଇଥିବା ଜଣାପଡିଛି। ଗତକାଲି ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବା କହିଛନ୍ତି ଧର୍ମଶାଳା ଥାନା ଅଧିକାରୀ। ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହ ସରୋଜଙ୍କ ସହ ଲିଙ୍କ୍ ଥିବା ୩ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ରହିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ; ଯାଜପୁର ଧର୍ମଶାଳା ଥାନା ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଅନ ଲାଇନରେ ଲକ୍ଷାଧିକ ଟଙ୍କା ଠକେଇ କରି ଆସୁଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ ପରେ କଟକ ସାଇବର ପୋଲିସ ପକ୍ଷରୁ ସୋମବାର ଦିନ ଏହି ଗାଁରେ ଛାନଭିନ କରିବା ସହ ଧର୍ମଶାଳା ପୋଲିସ ସହଯୋଗରେ ରାତି ଅଧରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ Post navigation Fire At Bhubaneswar Unit-I Market: ଭୁବନେଶ୍ୱର ୧ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିଗଲା ୪୦ରୁ ଅଧିକ ଦୋକାନ Dolphin Census In Chilika: ଆଜିଠୁ ଆରମ୍ଭ ହେଲା ଚିଲିକାରେ ଡଲଫିନ ଗଣନା