ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବଢିଲା ଅଡୁଆ। କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରି ଅଡୁଆରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ । ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ । କୁଜଙ୍ଗ କଲେଜର ଜଣେ ଅବସରପ୍ରାପ୍ତ ରିଡର ତପନ ପଟ୍ଟନାୟକଙ୍କ ମାମଲାରେ ୱାରେଣ୍ଟ ଜାରି କରିଛନ୍ତି ହାଇକୋର୍ଟ। ଆସନ୍ତା ୨୨ ତାରିଖରେ ହାଜର କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ୨୨ ମଧ୍ୟରେ ସେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ, ଗିରଫଦାରୀରୁ ମୁକ୍ତି ମିଳିବ। କୋର୍ଟ ନିର୍ଦ୍ଦେଶ ପାଳନ ନକରିବା ଅଭିଯୋଗ ପରେ ଏହି ନିର୍ଦ୍ଦେଶ ଆସିଛି, ଯାହା ମାମଲାକୁ ପ୍ରଶାସନିକ ଏବଂ ଆଇନଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଥାଏ। Post navigation Bird Census In Hirakud: ଚଳିତ ବର୍ଷ ହୀରକୁଦକୁ ଆସିଛନ୍ତି ୪ ଲକ୍ଷ ପକ୍ଷୀ