ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଠାରେ। ଭାଜପା ସଭାପତି ମନମୋହନ ସାମଲ ମଧ୍ଯ ଏଇଠି । ଗତ ଦୁଇମାସ ମଧ୍ୟରେ ଏହି ଦୁଇ ଶୀର୍ଷ ନେତା ଅନ୍ତତଃ ୩ଥର ଏଠାକୁ ଏକାଠି ଆସିଲେନି । ଚର୍ଚ୍ଚା ହେଉଛି ଯେ ହାଇକମାଣ୍ଡଙ୍କ ଚୂଡ଼ାନ୍ତ ଅନୁମୋଦନ ପରେ ନିଗମ ଓ ବୋର୍ଡ଼ ଏବଂ ମନ୍ତ୍ରୀମଣ୍ଡଳ ଅଡ଼ୁଆ ଛିଡ଼ିଯିବ। ମଙ୍ଗଳବାର ଦିନ ସେମିକନ୍ କନ୍କ୍ଲେଭ୍ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସେ ଘଦେଶୀ ମାଇକ୍ରୋ ଚିପ୍ ବିକ୍ରମର ଲୋକାର୍ପଣ କରିଥିଲେ। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ପିଲାଙ୍କଦ୍ବାରା ବିକଶିତ ୩ଟି ଚିପ୍ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋ ମାହନଚରଣ ମାଝୀ ତାଙ୍କ ଭାଷଣରେ ଓଡ଼ିଶା ଏକ ନୂଆ ସେମିକଣ୍ଡକ୍ଟର ହବ୍ ହେବାକୁ ଯାଉଛି ବୋଲି କହିଥିଲେ। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦିଲ୍ଲୀରେ ଉପସ୍ଥିତ ରହିବା ନୂଆ ରାଜନୈତିକ କଳ୍ପନା ଜଳ୍ପନାକୁ ଜନ୍ମ ଦେଇଛି। ଯେହେତୁ ନିଗମ ଓ ବୋର୍ଡ଼ ନିଯୁକ୍ତି ଯଥେଷ୍ଟ ବିଳମ୍ବ ହେଲାଣି, ଏହା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ଅନ୍ତତଃ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଅଛନ୍ତି । କିନ୍ତୁ ସବୁ ନିଗମ ଓ ବୋର୍ଡ଼ ଅଫିସରମାନେ ଚଳାଉଛନ୍ତି। ଆଶାୟୀ ଦଳୀୟ ନେତାମାନଙ୍କ ଆଖିରୁ ପାଣି ମରିଗଲାଣି। ଏତେ ବିଳମ୍ବ କାହିଁକି, ତାହାକୁ ନେଇ ନାନା ପ୍ରକାର ଆଲୋଚନା ହେଉଛି । ଅନେକ ମନେକରନ୍ତି ଯେ ଦଳର ତୁଙ୍ଗ ନେତାମାନଙ୍କ ଭିତରେ ପ୍ରବଳ ବାଦବିବାଦ ଯୋଗୁ ସବୁ ଅଟକି ଯାଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି କହି ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବିବାଦ କାରଣରୁ କରିପାରୁ ନାହାନ୍ତି। ଏହା ଆଗରୁ ମୋହନ ଏବଂ ମନମୋହନ ଏକାଠି ଆସିଛନ୍ତି ଏଠାକୁ। କିନ୍ତୁ ଏଥର ତାଲିକା ଚୂଡ଼ାନ୍ତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ସଭାପତି ମନମୋହନ ଭାଜପାର ତୁଙ୍ଗ ନେତାଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ । ଯେଉଁ ତାଲିକା ଧରି ମନମୋହନ ଆସିଛନ୍ତି ଦିଲ୍ଲୀ ସେ ବାବଦରେ ସୁନୀଲ ବଂଶଲ ଏବଂ ବିଜୟପାଲ ସିଂ ତୋମର ମଧ୍ଯ ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଫେରିଯିବେ ଭୁବନେଶ୍ବର । ପରଦିନ ସଭାପତି ଫେରିଯିବେ। ଗ୍ରହଣ ସପ୍ତାହ ପରେ ନୂଆ ନିଯୁକ୍ତି ସମ୍ଭାବନା ଅଛି ବୋଲି କୁହାଯାଉଛି। Post navigation ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର; ଏମ୍ସକୁ କରାଗଲା ସ୍ଥାନାନ୍ତର ବେଆଇନ ଖଣି ଖନନ ମାମଲା; ଓଡ଼ିଶା ସରକାରଙ୍କ ଉପରେ ଏନଜିଟିର ଜରିମାନା