ବଢ଼ିଲା ଏଲପିଜି ଗ୍ୟାସ ଦର । ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ନୂଆ ଦର ମଙ୍ଗଳବାର ଠାରୁ ଲାଗୁ ହେବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଲପିଜିର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି। ଏକ୍ସାଇସ୍ ଡ୍ୟୁଟି ବଢ଼ିବା ଯୋଗୁ ପେଟ୍ରୋଲ, ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ରନ୍ଧନ ଗ୍ୟାସ ଦର ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୨-୩ ସପ୍ତାହ କିମ୍ବା ୧ ମାସ ଭିତରେ ପୁଣି ଏଲପିଜି ଗ୍ୟାସ ଦରକୁ ନେଇ ରିଭ୍ୟୁ କରାଯିବ ବୋଲି ସୂଚନା ଦେଇଛନ୍ତି ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ଏହି ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ୮୨୯ ଟଙ୍କାରେ ଖାଉଟୀ ପାଉଥିଲେ । Post navigation ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ରେ ଥରିଲା ନବୀନ ନିବାସ ଆଇଏଏସ ବିଷ୍ଣୁପଦଙ୍କ ବଢ଼ିଲା ଅନ୍ତରୀଣ ସୁରକ୍ଷା