Controversy Over 'Jagannath Dham' Naming Sparks Debate
ପଶ୍ଚିମବଙ୍ଗର ଦୀଘାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କହିବା ବିବାଦକୁ ନେଇ ପ୍ରତିକ୍ରିୟା ରଖି ପୁରୀ ସାଂସଦ ସମ୍ବିତ ପାତ୍ର ଦୃଢ଼ ପ୍ରତିବାଦ କରିଛନ୍ତି ।
 
ସେ କହିଛନ୍ତି ଯେ ସାରା ବିଶ୍ୱରେ ଗୋଟିଏ ଜଗନ୍ନାଥ ଧାମ ରହିଛି । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ବିଶ୍ୱରେ ଚାରି ଧାମ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଜଗନ୍ନାଥ ଧାମ ପୁରୀ । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ ।
 
କିନ୍ତୁ ଇତିମଧ୍ୟରେ ଦୀଘାକୁ ଜଗନ୍ନାଥ ଧାମ କହିବା ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ସରକାର ।
 
କହିରଖୁଛୁ ଯେ, ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *