୫୭ ଲକ୍ଷର ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଗିରଫ । ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ମିଶି ସଲାସୁତୁରା କରି ପ୍ରାୟ ୫୭ ଲକ୍ଷ ଟଙ୍କା ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଗିରଫ କଲା ଭିଜିଲାନ୍ସ । ଲକ୍ଷ୍ମୀଧର ରାଉତରାୟକୁ ଓଡିଶା ଭିଜିଲାନ୍ସ ଦ୍ୱାରା କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୭ ଅନୁଯାୟୀ ଗିରଫ କରାଯାଇଛି। ସରକାରଙ୍କ ପାଣ୍ଠି ହେରଫେର ପାଇଁ ଦଫା ୧୩(୨) r/w ୧୩(୧)(କ) ପି.ସି. ସଂଶୋଧନ ଆଇନ, ୨୦୧୮ /୩୧୬(୫)/୩୧୮(୪)/୩୩୬(୩)/୬୧(୨) ବି.ଏନ୍.ଏସ୍. । ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ଓଭରସିୟର, ADSC (ସହାୟକ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା) ସହିତ ମିଳିତ ଭାବରେ ୫୬,୯୩,୯୫୭ ଟଙ୍କା ପାଣ୍ଠି ୨୨ ଟି ଲୁଜ୍ ବୋଲ୍ଡର୍ ଚେକ୍ ଡ୍ୟାମ୍ କାର୍ଯ୍ୟକାରୀ ନ କରି ବିନା କାମରେ ଅର୍ଥ ହଡ଼ପ ଅଭିଯୋଗ ପରେ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ଓଭରସିୟର ଏବଂ ଅନ୍ୟ ଜଣେ ଠିକାଦାର ଅଭିଲାଷ ମେହେରଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । Post navigation ରାଜ୍ୟରେ ଗଠିତ ହେଲା ୪୬ଟି ସିଭିଲ୍ ଜଜ୍ କୋର୍ଟ ଘରୋଇ ସ୍କୁଲ ମାଲିକଙ୍କୁ ଚେତାବନୀ; ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ