ମଙ୍ଗଳବାର ବିଳମ୍ବିତ ରାତିରେ ଆସିଲା କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆର ସଚିବ ପଦ ପାଇଁ ନିର୍ବାଚନର ଫଳାଫଳ ଆସିଛି। ସଚିବ ପଦବୀ ପାଇଁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି ଏବଂ ପୂର୍ବତନ ସାଂସଦ ସଞ୍ଜୀବ ବାଲିୟାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ରାଜୀବ ପ୍ରତାପ ରୁଡି ୧୦୦ ଭୋଟ ବ୍ୟବଧାନରେ ସଞ୍ଜୀବ ବାଲିୟାନଙ୍କୁ ପରାସ୍ତ କରି ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ନିଜ ଦଳର ନେତା ଏବଂ ପୂର୍ବତନ ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ ବାଲିୟାନଙ୍କୁ ପରାସ୍ତ କରିଛନ୍ତି।

୨ ଦଶନ୍ଧି ତଳେ ହୋଇଥିବା ନିର୍ବାଚନରେ ରାଜୀବ ପ୍ରତାପ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପରାସ୍ତ କରି କ୍ଲବର ସମ୍ପାଦକ ହୋଇଥିଲେ। ଏଥର ମଧ୍ୟ ସଞ୍ଜୀବ ବାଲିୟାନ ବାଲିୟାନଙ୍କୁ ପରାସ୍ତ କରିଛନ୍ତି।

ଏହି ନିର୍ବାଚନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନେକ ବଡ଼ ରାଜନୈତିକ ବ୍ୟକ୍ତିତ୍ୱ ଭୋଟରେ ସାମିଲ ହୋଇଥିଲେ ।

ଉଭୟ ପ୍ରାର୍ଥୀ ବିଜେପିରୁ ହୋଇଥିବାରୁ ନିର୍ବାଚନ ବେଶ ରୋଚକ ହୋଇଥିଲା । ସଚିବ ପଦବୀ ପାଇଁ ଗୋଟିଏ ଦଳର ଦୁଇଜଣ ବରିଷ୍ଠ ନେତା ପ୍ରତିଦ୍ୱନ୍ଦ୍ୱିତାରେ ଥିଲେ। କିନ୍ତୁ, ରାଜୀବ ପ୍ରତାପ ରୁଡି ତାଙ୍କର ବିଜୟ ରେକର୍ଡ ବଜାୟ ରଖିଥିଲେ। ସେ ପ୍ରଥମ ଥର ପାଇଁ ୧୯୯୯ ମସିହାରେ ସଚିବ ପଦବୀ ପାଇଁ ନିର୍ବାଚନରେ ବିଜୟୀ ହୋଇଥିଲେ।

ରାଜୀବ ପ୍ରତାପ ରୁଡି ଗତ ୨୫ ବର୍ଷ ଧରି କନଷ୍ଟିଚ୍ୟୁସନ୍ କ୍ଲବରେ ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି। ସେ ୨୫ ବର୍ଷ ଧରି କନଷ୍ଟିଚ୍ୟୁସନ୍ କ୍ଲବର ସଚିବ ଅଛନ୍ତି ଏବଂ ପୁଣି ଥରେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ରୁଡି ୩୯୨ ଭୋଟ ପାଇଥିବାବେଳେ ବାଲିୟାନ୍ ୨୯୦ ଭୋଟ ପାଇଚନ୍ତି।

Leave a Reply

Your email address will not be published. Required fields are marked *