ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । ଜରୁରୀକାଳୀନ ପରିସ୍ଥିତର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ କରାଯିବ ସମ୍ମାନିତ । ଏ ନେଇ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ଙ୍କୁ ଚିଠି କଲା ଉଚ୍ଚଶିକ୍ଷା ବିଭାଗ । ଚିଠି ଅନୁସାରେ ଜୁନ୍ ୨୫ରେ ଦେଶବ୍ୟାପୀ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । ଏହି ଦିନରେ ଏମର୍ଜେନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ କରାଯିବ ସଚେତନ । ଏହା ସହ ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବ ଆଲୋଚନା । ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜିତ ହେବ ସଚେତନ କାର୍ଯ୍ୟକ୍ରମ । ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜନ ହେବ ସଚେତନ କାର୍ଯ୍ୟକ୍ରମ । ସୂଚନା ଯୋଗ୍ୟ; ୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଚଳିତ ଜୁନରେ ହେବ । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଭୁବନେଶ୍ବର ରେଳ ଅଡିଟୋରିଅମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । Post navigation ଅପରେସନ୍ ପରେ ସୁସ୍ଥ ଅଛନ୍ତି ନବୀନ: ପ୍ରେମ ପଟ୍ଟନାୟକ ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ