ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସର୍ବସାଧାରଣଙ୍କ ଆଖ୍ୟାରେ ବଦ ବଦନାମ କରିବା ପାଇଁ ଏକ ଭୟଙ୍କର ଚକ୍ରାନ୍ତ ଆରମ୍ଭ ହୋଇଛି । ମୋହନ ନିଜକୁ ଲୋକମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିବା ସକାଶେ ଚେଷ୍ଟା ଚଳାଇ ଆସୁଛନ୍ତି । ଏହା ତାଙ୍କର ଏକ ନିଜସ୍ୱq ଭାବମୂର୍ତ୍ତି ତିଆରି କରାଇବାରେ ସଫଳ ହେଉଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ତାଙ୍କୁ ଦୂର୍ବଳ ନିଷ୍ପତ୍ତି ନେବାରେ ଅସମର୍ଥ ବୋଲି ପ୍ରମାଣିତ କରାଇବାରେ ଲାଗିଛି । ଏହାର ପୂଣି ଏକ ଜ୍ଵଳନ୍ତ ପ୍ରମାଣ ମିଳିଲା ରବିବାର ଦିନ ।

ପୁରୀରେ ଅନୁଷ୍ଠିତ ଭାଜପା ରାଜ୍ୟ କାର୍ଯ୍ୟକାରିଣୀର ବୈଠକରେ ପୂର୍ବତନ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସରକାରଙ୍କର ନବୀନଙ୍କ ପ୍ରତି ଭାବପୀରତିର କଡ଼ା ସମାଲୋଚନା ଲୋଚନା କରିଥିଲେ । କାହା ଇସାରାରେ ଏଭଳି ହେଉଛି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ଜନାଦେଶର ପ୍ରକୃତ ଅର୍ଥ କ’ଣ ବୋଲି ପଚାରିଥିଲେ । କାହିଁକି ଶପଥଗ୍ରହଣ ସମାରୋହକୁ ନବୀନ ପଟନାୟକଙ୍କୁ ଆମନ୍ତ୍ରଣ କରାଗଲା, ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାହିଁକି ଦ୍ବିତୀୟ ଥର ଆମନ୍ତ୍ରଣ କରିବା ପାଇଁ ନବୀ ବୀନ ନିବାସ ଗଲେ ସେ ପ୍ରଶ୍ନ କରିଥିଲେ । ହେଲେ ସେତେବେଳେ ମୋହନଙ୍କ ଏହି ଆଚରଣକୁ ସର୍ବୋତ୍ତମ ରାଜନୈତିକ ଶିଷ୍ଟାଚାର ବୋଲି ଲୋକେ ଗ୍ରହଣ କରିଥିଲେ। କିନ୍ତୁ ସର୍ବଦଳୀୟ ବୈଠକକୁ ବିରୋଧୀ ଦଳ ନେତା ନବୀନଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲା କିଏ ? କାହା ପରାମର୍ଶ ମୂଳେ ମୋହନ ନବୀନ ନିବାସ ଗଲେ? ମୂଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ସତ୍ତ୍ବେ ସର୍ବଦଳୀୟ ବୈଠକକୁ ନବୀନ ନଆସିବା ଦ୍ବାରା ମୋହନ ଅପମାନିତ ହେଲେ ନାହିଁ କି ? ଅର୍ଥାତ୍ ବିରୋଧୀ ଦଳ ନେତା ଭାଜପା ମୁଖ୍ୟମନ୍ତ୍ରୀଙ୍କ ଔକାତ ଜଣାଇ ଦେଲେ। ପୂର୍ବ ବିଧାନସଭାରେ ସର୍ବଦଳୀୟ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କେତେଥର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନିମନ୍ତ୍ରଣ କରିବାକୁ ଯାଇଛନ୍ତି ? ଅତି ବେଶିରେ ସୌଜନ୍ୟ ଦୃଷ୍ଟିରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ନବୀନଙ୍କୁ ଆମନ୍ତ୍ରଣ କରିବାକୁ ଯାଇ ଯାଇପାରିଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବାକୁ ଯାଇ ନିଜର ଭାବମୂର୍ତ୍ତି ବଢ଼ାଇବା ବଦଳରେ ନିଜକୁ ବରଂ ଛୋଟ କରିଦେଲେ। ଲୋକେ ଏହାକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି ।

ଦଳର କିଏ ସେହି ସୁପର ନେତା ଯାହାଙ୍କ ପରାମର୍ଶରେ ମୋହନ ନବୀନ ନିବାସକୁ ଯିବା ପାଇଁ ବାଧ୍ୟ ହେଲେ ? ମୋହ‌ନଙ୍କ ଭଦ୍ରଲୋକୀକୁ ଲୋକେ ଆଦୌ ଗ୍ରହଣ କରିବେ ନାହିଁ ବୋଲି ସେହି ସୁପର ନେତା ଭଲ ଭାବେ ଜାଣିଥିଲେ। ମୁଖ୍ୟମନ୍ତ୍ରୀ ସେଇ ନେତାଙ୍କ ଚାଲ ବୁଝିପାରୁ ନାହାନ୍ତି କିମ୍ବା କେନ୍ଦ୍ର ନିର୍ଦ୍ଦେଶ ବୋଲି ଭାବି ଗ୍ରହଣ କରି ନେଉଛନ୍ତି।

ସରକାରଙ୍କ ମାର୍ଗ ଦର୍ଶନ ପାଇଁ ଦଳ ଯେ ସମର୍ଥ ନୁହେଁ, ଆଉ କେହି ରିମୋଟ୍‌ରେ ମୋହନ ସରକାରଙ୍କୁ ଚଳାଉଛି ଏହା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ଶନିବାର କ୍ରୀଡ଼ା ବିଭାଗ ତରଫରୁ ଏକ ଇସ୍ତାହାରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତିତ ହୋଇ ‘ରାଜ୍ୟ କ୍ରୀଡ଼ା ପୁରସ୍କାର’ ହେଲା ବୋଲି ଜଣାଇ ଦିଆଗଲା। ସବୁ ଗଣମାଧ୍ଯମରେ ପ୍ରକାଶ ବି ପାଇଲା। ଯେଉଁ ଦାୟିତ୍ବ ଜନତା ଦେଇଛନ୍ତି ଭାଜପାକୁ, ସେହି ଦାୟିତ୍ଵ ତୁଲାଇବା ପରିବର୍ତ୍ତେ ବିଜୁବାବୁଙ୍କ ନାମରେ ୨୦୦୧ରୁ ନାମିତ ଏକ କ୍ରୀଡ଼ା ପୁରସ୍କାରର ନାମ ବଦଳାଇବାକୁ ମୋହନ ସରକାର ଆଗ୍ରହୀ ହୋଇ ପଡ଼ିଲେ କାହିଁକି ? ଏଭଳି କରିବାକୁ କ୍ରୀଡ଼ା ବିଭାଗକୁ ଅଥବା କ୍ରୀଡ଼ା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥୁଲା କିଏ ? ଏତେ ବଡ଼ ନିଷ୍ପରି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଦାପି ଏକାକୀ ନେଇ ନଥିବେ। ରବିବାର ଦିନ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରୁ ଜାଣିଲି ବୋଲି କହି ପୁରସ୍କାରର ନାମ ବଦଳି ନାହିଁ ବୋଲି ସଫେଇ ଦେଲେ। ନାମ ପରିବର୍ତ୍ତନ ନିଷ୍ପଭି ନେଇଥିଲା କିଏ ? ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ ସରକାର ଥିଲାବେଳେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କୁ ପଲ୍‌ଟୁରାମ ବୋଲି ଦେଖାଇବାକୁ ଦଳର ଗୋଟିଏ ଗୋଷ୍ଠୀ ଅତ୍ୟନ୍ତ ତତ୍ପର ହୋଇ ପଡ଼ିଛନ୍ତି। ଦୁର୍ଭାଗ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବେଶ୍ କିଛି ଜଣ ଅଯୋଗ୍ୟ ନେତାଙ୍କୁ ନିଯୁକ୍ତି ଦିଆଯାଇଛି। ସେଇ ସୁପର ନେତା ଯେଉଁ ଜାଲ ବିଛାଇ ଚାଲିଛନ୍ତି, ଆଉ କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ମୋହ‌ନ ଜାଲରେ ପଡ଼ି ଛଟପଟ ହୁଅନ୍ତି, କେହି ବିସ୍ମିତ ହେବେନାହିଁ ।

ଅଫିସରଙ୍କ ଚକ୍ରାନ୍ତ

ଯଦି ମୁଖ୍ୟମନ୍ତ୍ର ମୋହନ ମାଝୀ ଏବଂ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ କଥାକୁ ଗୁରୁତ୍ବ ଦିଆଯାଏ ତେବେ ଏହାର ଅର୍ଥ ହେଉଛି ଅଫି ସର୍ସ ମାନେ ମୋହନ ସରକାରଙ୍କୁ ଅଡୁଆରେ ପକାଇ ଅପଦସ୍ତ କରିବା ପାଇଁ ଲାଗି ପଡିଛନ୍ତି। ଯେଉଁ ଇକୋ ସିଷ୍ଟମ୍ ନବୀନ ସରକାର ଅମଳରେ ଥିଲା ସେହି ମାନେ ହିଁ ସରକାରଙ୍କୁ ଅପଦସ୍ତ, ଅପମାନ କରୁଛନ୍ତି । ସେହି ପୁରୁଣା ଇକୋ ସିଷ୍ଟମରେ ଥିବା ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ବଦଳାଯାଇନାହିଁ । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳଙ୍କ ଭୂମିକା ମଧ୍ଯ ଏଥିରୁ ସ୍ପଷ୍ଟ ହେଉଛି। ପ୍ରଶାସନ ଉପରେ ଅଙ୍କୁଶ ଲଗାଇବାରେ ଶ୍ରୀ ଆହୁଜା ଓ ଶ୍ରୀ ଧଳ ବିଫଳ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି।

Leave a Reply

Your email address will not be published. Required fields are marked *