ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ଶ୍ରୀରାମଙ୍କ ଦରବାର ଉଦଘାଟନୀ ମହୋତ୍ସବରୁ ନେଇ ଉତ୍ସବମୁଖର ସମଗ୍ର ଦେଶ । ଆଜି ଗଙ୍ଗା ଦଶହରା ଅବସରରେ, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି । ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦେଶ ବିଦେଶର ପ୍ରତିଷ୍ଠିତ ସାଧୁ ସନ୍ଥ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସଂଯୋଗବଶତଃ, ଆଜି ମୁଖ୍ୟମନ୍ତ୍ରୀଙ୍କ ୫୩ତମ ଜନ୍ମଦିନ । ସମସ୍ତ ଦେବତାଙ୍କ ବିଗ୍ରହକୁ ଭାରତର ୨୧ଟି ପବିତ୍ର ନଦୀର ଜଳରେ ଅଭିଷେକ କରାଯାଇଥିଲା । Post navigation ବେଙ୍ଗାଲୁରୁରେ ଦଳାଚକଟା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁ ଦଳାଚକଟା ଘଟଣା: ମୃତକଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲା ଆରସିବି