ଆସନ୍ତା ୧୨ ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ । ଏହି ଧର୍ମଘଟକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ । ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏହି ଧର୍ମଘଟ ଯୋଗୁଁ ଏନଟିପିସି, ନାଲକୋ, ବିଦ୍ୟୁତ, ରେଳପଥ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କାରଖାନା, ପରିବହନ, ବ୍ୟାଙ୍କ, ବୀମା ଇତ୍ୟାଦି ସରକାରୀ ଅଫିସରେ ତାଲା ଝୁଲିବ । ଏହି ଧର୍ମଘଟ ଡାକରା ଯୋଗୁଁ ବ୍ୟାଙ୍କିଙ୍ଗ, ଡାକ ସେବା, କୋଇଲା ଖନନ, କାରଖାନା ଏବଂ ରାଜ୍ୟ ପରିବହନ ସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଚାରି ଶ୍ରମକୋଡ଼ ଏବଂ ଭିବି ରାମଜି ଆଇନକୁ ବିରୋଧ କରି ଟ୍ରେଡ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । Post navigation Union Budget 2026: ଶ୍ରମିକ, ଉଠା ଦୋକାନୀ ତଥା ମହିଳା ଶ୍ରମିକ ପ୍ରଶିକ୍ଷଣ ପାଇଁ ବଜେଟରେ ଅଧିକ ଅନୁଦାନ ଦାବି: କଂଗ୍ରେସ Delhi Bomb Threat: ସଂସଦ ସମେତ ଦିଲ୍ଲୀର ୯ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ