Congress delegation led by PCC President to visit Malkangiri on 23rd Dec
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଦଳର ନୈତିକ ବିଜୟ ପରିପ୍ରେକ୍ଷୀରେ ଆସନ୍ତାକାଲି, ରାଜଧାନୀ ଭୁବନେଶ୍ୱର ଠାରେ ପିସିସି ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି ।
 
୧୭ ଡିସେମ୍ବର ପୂର୍ବାହ୍ନ ୧୦ ଟାରେ କଂଗ୍ରେସ ଭବନ ଠାରୁ ସହସ୍ରାଧିକ ସଂଖ୍ୟାରେ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ବିଜେପି ରାଜ୍ୟ ମୁଖ୍ୟାଳୟ ଘେରାଉ କରିବେ ।
 
ଏହି ଶୋଭାଯାତ୍ରାରେ ସମସ୍ତେ ସାମିଲ ହେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି ।
 
ଏତଦବ୍ୟତୀତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମକରଣ, ରୂପରେଖ, ମୂଳଭିତ୍ତି ଆଦିର ମନମୁଖୀ ପରିବର୍ତ୍ତନ ବିରୋଧରେ ଆସନ୍ତା ୧୭ ତାରିଖରେ ଜିଲ୍ଲା ସ୍ତରରେ ହେବାକୁଥିବା କାର୍ଯ୍ୟସୂଚୀରେ ନିମ୍ନ ମତେ ପରିବର୍ତ୍ତନ ହୋଇଛି । ୧୭ ତାରିଖ ପରିବର୍ତ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ୨୧ ତାରିଖରେ ହେବ ।
 

By Nirvay

Leave a Reply

Your email address will not be published. Required fields are marked *