ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ବିରୋଧୀ କଂଗ୍ରେସକୁ କଡ଼ା ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ବିଧାନସଭାର ମର୍ଯ୍ୟାଦା ଉଲ୍ଲଂଘନ ହୋଇଛି । କଂଗ୍ରେସ ଓ କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ । ସେମାନେ ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି । ଯେଉଁ ଜଣେ ମହିଳା ବାଚସ୍ପତିଙ୍କୁ ବ୍ୟବହାର ପ୍ରଦର୍ଶନ କରାଯାଇଛି, ତାହା ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଠାରୁ ଆଶା କରାଯାଇ ନ ଥାଏ ବୋଲି କହିଛନ୍ତି ମନମୋହନ । ବିରୋଧୀ ଦଳ ଗଠନ ମୂଳକ ପ୍ରସ୍ତାବ ଦେବାକୁ କେହି ମନା କରି ନାହାଁନ୍ତି । ସରକାରଙ୍କୁ ସମାଲୋଚନା କରିବାକୁ କେହି ମନା କରୁ ନାହାଁନ୍ତି । କିଛି ପ୍ରଚାର ଏବଂ ଅପପ୍ରଚାର କରି ସର୍ଟକର୍ଟ୍ ରାଜନୀତି କରୁଛନ୍ତି । ମାନସିକ ଦୃଷ୍ଟିରେ ରହି ଏବେବି ସରକାର ଅଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଜୋସରେ ନୁହେଁ ହୋସରେ ଆସନ୍ତୁ ବୋଲି କହିଛନ୍ତି ବିଜେପି ସଭାପତି । ସେ ଆହୁରି କହିଛନ୍ତି ଓଡ଼ିଶାର ଜନମତକୁ ସ୍ୱୀକାର କରିବା ଆବଶ୍ୟକ । ଜନମତ ବିରୋଧୀ ଦଳଙ୍କୁ ପ୍ରତ୍ୟାଖାନ କରିଛି ତାହାକୁ ସ୍ୱୀକାର କରିବାକୁ ପଡ଼ିବ । ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳିବାର ଅଧିକାର କାହାର ନାହିଁ । ଏଭଳି ଆଚରଣ, ଉଚ୍ଚାରଣ ଓ ବ୍ୟବହାରକୁ ବିଜେପି ତୀବ୍ର ନିନ୍ଦା କରୁଛି । ବିଜେପି ସର୍ବଦା ଗଣତନ୍ତ୍ର ଉପରେ ବିଶ୍ୱାସ କରେ । ତେଣୁ ବିରୋଧୀଙ୍କ ଦ୍ୱାରା କରାଯାଉଥିବା ଏହି ସବୁ କାମ ଗଣତନ୍ତ୍ର ପାଇଁ ଶୁଭ ନୁହେଁ । ଅନ୍ୟପଟେ ଏପଟେ ବିଧାନସଭା ଅଭିମୁଖେ କଂଗ୍ରେସ ନେତା ଓ କର୍ମୀ। ଶହ ଶହ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଛନ୍ତି। ବିଧାନସଭା ଘେରାଉ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଭୁବନେଶ୍ବରରେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କଂଗ୍ରେସ କର୍ମୀମାନେ। ନାରୀ ନିର୍ଯାତନା ପ୍ରତିବାଦରେ ବିକ୍ଷୋଭ କରୁଛି କଂଗ୍ରେସ। Post navigation ମାନସ ଚୌଧୁରୀଙ୍କୁ ଉଠାଇ ନେଲା ପୋଲିସ ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; କଂଗ୍ରେସର ପଥରମାଡ଼ ପରେ ପୋଲିସର ଲାଠିଚାର୍ଜ