ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ, ଓଡ଼ିଶାରେ ବଢ଼ୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବଂ ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ମହିଳା ନେତ୍ରୀ ଓ ବିଧାୟିକା । ଦିଲ୍ଲୀର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିଫଳତାକୁ କଡ଼ା ସମାଲୋଚନା କରିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା, ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଏବଂ କଟକ ବିଧାୟକ ସୋଫିଆ ଫିର୍ଦୋସ । ରାଜ୍ୟରେ ଦିନକୁ ୧୫ ଦୁଷ୍କର୍ମ ମାମଲା ହେଉଛି । ମହିଳାମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର, ଧର୍ଷଣ, ମର୍ଡର ଦିନକୁ ଦିନ ବଢ଼ିଚାଲିଛି । ୧୦ ମାସରେ, ରାଜ୍ୟର ୪,୫୦୦ ଟି ମହିଳା ନ୍ୟାୟ ପାଇବା ପାଇଁ ଅପେକ୍ଷା କରିଛନ୍ତି ବୋଲି ଅଳକା ଲାମ୍ବା ଓ ମିନାକ୍ଷୀ ବାହିନୀପତି କହିଛନ୍ତି । ସେହିପରି କଟକ ବିଧାୟକ ସୋଫିଆ ଫିର୍ଦୋସ କହିଛନ୍ତି ଯେ ନାରୀଙ୍କୁ ସମ୍ମାନ ଦେବା ପାଇଁ ଆମେ ଓଡ଼ିଶାରେ ରଜ ପର୍ବ ପାଳନ ହୁଏ । ଏଭଳି ପବିତ୍ର ଦିନରେ ଗୋପାଳପୁର ଭଳି ପର୍ଯ୍ୟଟନ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଲଜ୍ଜ୍ୟାଜନକ କଥା । ସୂଚନା ଅନୁଯାୟୀ, କଂଗ୍ରେସ ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଓଡିଶା ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବ । Post navigation ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ବ ତୁଲାଇବେ ଦେବୀ ମିଶ୍ର ଅହମ୍ମଦାବାଦ ବିମାନ କ୍ରାସ ଘଟଣା: ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନ ଥିବା କହିଲେ AI ସିଇଓ