ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସର ଆବେଦନ । ବାଚସ୍ପତି ସୁରମା ପାଢୀଙ୍କୁ ଭେଟି ଆବେଦନ କଲେ ରାଜ୍ୟ କଂଗ୍ରେସର ନେତା । ବିଧାୟକ ଦଳ ନେତା, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ସିଏସ୍ ରାଜନ ଏକ୍କା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ସଭ୍ୟପଦ ରଦ୍ଦ ପାଇଁ ଦାବି ପତ୍ର ଦେଇଛନ୍ତି । ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଛି ।

ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ସୋମବାର ବାଚସ୍ପତିଙ୍କୁ ଏକ ଚିଠି ଲେଖି ନିଲମ୍ବିତ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗ ଏବେ ବାଚସ୍ପତିଙ୍କ ଉପରେ ନିର୍ଭର କରେ, ଯିଏ ଆବେଦନ ଏବଂ ମାମଲା ସମ୍ପର୍କିତ ପରିସ୍ଥିତି ଯାଞ୍ଚ କରିବା ପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି।

ସୂଚନା ଯୋଗ୍ୟ; ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଓ ଦାଶରଥୀ ଗୋମାଙ୍ଗୋ ବିବେକାନୁ ମୋଦିତ ମତଦାନ କରିଥିଲେ । ସମସ୍ତେ ବିଜେଡ଼ି-କଂଗ୍ରେସ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପରିବର୍ତ୍ତେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *