Congress releases manifesto for Nuapada Bypoll
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ନିର୍ବାଚନୀ ଇସ୍ତାହାରରେ ନୂଆପଡାର ବିକାଶକୁ ଗୁରୁତ୍ୱ ଦିଆଯାଇଛି ।
 
ଶିଳ୍ପ ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ, ତିଖାଲି ପ୍ରକଳ୍ପ ଉନ୍ନତିକରଣ, ପତୋରା ଡ୍ୟାମ ଉନ୍ନତିକରଣ, କୃଷିର ଉନ୍ନତିକରଣ, ନୂଆପଡାର ୬୦ ଭାଗ ଜମିକୁ ଜଳସେଚନର ବ୍ୟବସ୍ଥା, ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା, ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦେବା, ସବୁ ସ୍କୁଲରେ ଶିକ୍ଷକ ପଦବୀ ପୂରଣ କରିବା, ହସ୍ପିଟାଲ ଗୁଡିକରେ ଡାକ୍ତର ନିଯୁକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ଇସ୍ତାହାରରେ ଉଲ୍ଲେଖ ରହିଛି ।
 
ଏହି ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ, ସାଂସଦ ସପ୍ତଗୀରି ଉଲ୍ଳାକା, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୁର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଛନ୍ତି ।
 
ପ୍ରତାରଣାରୁ ମୁକ୍ତି ପାଇବା ସହ ବିକାଶ ଓ ନ୍ୟାୟ ପଥରେ ଆଗେଇବା ପାଇଁ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରାଇବା ପାଇଁ ଭକ୍ତ ନୂଆପଡାବାସୀଙ୍କୁ ଅନୁରୋଧ କରିଛନ୍ତି ।
Congress releases manifesto for Nuapada Bypoll

By Nirvay

Leave a Reply

Your email address will not be published. Required fields are marked *