ଆସନ୍ତା ୪ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ । ଭୋଟ ଚୋରି ଅଭିଯୋଗରେ କଂଗ୍ରେସର PAC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ଭବନରୁ ନିର୍ବାଚନ କମିଶନ ଯାଏଁ ଏହି ପଦଯାତ୍ରାରେ ହେବ । ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓ ପିସିସି ସଭାପତି ଭକ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । କହିରଖୁଛୁ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ‘ଭୋଟ ଚୋରି’ ଅଭିଯୋଗ ଏବଂ ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରସଙ୍ଗରେ ଧାରଣା ଦେବ କଂଗ୍ରେସ । Post navigation ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ଓ ଋତୁପର୍ଣ୍ଣା ପଣ୍ଡା ୧୦ ଟନ୍ ବିସ୍ଫୋରକ ଜବତ ଘଟଣା: ମାଇନିଂ କଂପାନୀ ସହ ମାଓ ଲିଙ୍କ୍ ଥିବା କହିଲେ ଏଡିଜି