ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଅଶ୍ଳୀଳ ଭାଷା ପ୍ରୟୋଗ ନେଇ କଂଗ୍ରେସର ପ୍ରତିବାଦ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘର ଘେରାଉ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କଂଗ୍ରେସ ପଶିବାକୁ ଉଦ୍ୟମ କରଥିବାବେଳେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରତିବାଦ କରିଛି। ଗୃହରେ ଅଶାଳୀନ ମନ୍ତବ୍ୟ ପାଇଁ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କ୍ଷମା ମାଗନ୍ତୁ ଓ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଦାବିରେ ଯୁବ କଂଗ୍ରେସ ହୁଙ୍କାର ଦେଇଛି । ଏଥିସହିତ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ଉଠାଇବାକୁ ଦାବି ରଖିଲା କଂଗ୍ରେସ। Post navigation ରାଜ୍ୟରେ ୨୦ ହଜାର ୪୩୫ ଏକର ଅନାବାଦୀ ଜମି ହୋଇଛି ଜବରଦଖଲ ରାଜାଙ୍କୁ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି: ବଦ୍ରି ପାତ୍ର