ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିଛି କଂଗ୍ରେସ । ବର୍ଷ ଏକ ପ୍ରତାରଣା ଅନେକ ନାରା ଦେଇ ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳର ବହୁ ବରିଷ୍ଠ ନେତା ପ୍ରତିବାଦ କରିଥିବା ଦେଖା ଯାଇଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନ ସମ୍ମୁଖରେ ବସିଛନ୍ତି କଂଗ୍ରେସ ନେତା। ମହିଳା ସୁରକ୍ଷାକୁ କେନ୍ଦ୍ର କରି କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ବୋଲି ଅଭିଯୋଗ କରି କଂଗ୍ରେସ କହିଛି ସରକାର ହଜାର ହଜାର କୋଟି ଖର୍ଚ୍ଚ କରି ଉତ୍ସବ କରୁଛନ୍ତି । ୨୦୩୬ ର ଲକ୍ଷ୍ୟ କଥା କହୁଛନ୍ତି । କିନ୍ତୁ ବର୍ତ୍ତମାନ ରାଜ୍ୟରେ କଣ ଚାଲିଛି ସେନେଇ ଦୃଷ୍ଟି ନାହିଁ । ଗୋପାଳପୁର ମାମଲାରେ ସରକାର କାହିଁକି ଚୁପ୍‌ ? ସେ ପୀଡ଼ିତାଙ୍କୁ ଭେଟୁ ନାହାନ୍ତି କାହିଁକି ।

ଅନ୍ୟପଟେ ଅନଶନ ସ୍ଥଳକୁ ଆସିଥିବା ୧୫ରୁ ଅଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଧା ରାସ୍ତାରୁ ଉଠାଇ ନେଇଛି ପୋଲିସ । ରାମ ମନ୍ଦିର ନିକଟରୁ ଉଠାଇ ନେଲା ପୋଲିସ୍ । ଆନ୍ଦୋଳନ କରିବାକୁ ଯାଉଥିଲେ କଂଗ୍ରେସ ଭବନ

 

Leave a Reply

Your email address will not be published. Required fields are marked *