ବିଧାନସଭା ଗୃହରୁ ୧୨ ବିଧାୟକଙ୍କୁ ସସ୍‌ପେଣ୍ଡ ପରେ ରାଜରାସ୍ତାରେ କଂଗ୍ରେସର ହଙ୍ଗାମା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାତି କଟେଇଲେ କଂଗ୍ରେସ ବିଧାୟକ । ସେମାନଙ୍କ ସହିତ ଦଳରେ ଅନେକ କର୍ମୀ ମଧ୍ୟ ରାତିସାରା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଧାରଣା ଦେଇଥିବା ଦେଖା ଦେଇଛି ।

ସୂଚନା ଯୋଗ୍ୟ; ଗତକାଲି ଦିନ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରାଯାଇଥିଲା । ଯାହାକୁ ବିରୋଧ କରି ଗତକାଲି ବିଳମ୍ବିତ ରାତି ଯାଏ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ରହିଥିଲେ। ସେମାନଙ୍କୁ ବିଧାନସଭା ସୁରକ୍ଷାକର୍ମୀ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଥିଲେ। ଏହାପରେ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଧାରଣାରେ ବସିଥିଲେ । ରାତିସାରି ରାଜରାସ୍ତାରେ ଧାରଣା ଦେଇଥିଲେ ବିଧାୟକ ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ଅସୁସ୍ଥ । ଅନ୍ୟ ବିଧାୟକମାନଙ୍କ ସହ ସାରା ରାତି ରାଜରାସ୍ତାରେ ରାତି କାଟିବା ପରେ ବିଗିଡିଲା ତାରାଙ୍କ ସ୍ୱାସ୍ଥ୍ୟ । ସକାଳୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏହାପରେ ତାରା ବାହିନୀ ପତି କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର।’ ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା। ଏହା ସହ

Leave a Reply

Your email address will not be published. Required fields are marked *