ramachandra kadam
ବିଧାନସଭା ପରିସରରୁ ଚୋରି ହୋଇଥିବା ସାମଗ୍ରୀ ଫେରାଇବାକୁ କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।
 
ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ, ସାର୍ଟ ଚୋରି ହୋଇଥିବା ନେଇ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି । ତାଙ୍କ ଜିନିଷ ଫେରାଇଦେବା ଲାଗି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସେ ଚିଠି ଲେଖି ଦାବି କରିଛନ୍ତି ।
 
ଗତ ମାର୍ଚ୍ଚ ୨୬ ତାରିଖ ରାତି ୨ଟା ୩୦ରେ ଗୃହ ଭିତରେ ଘଟିଥିବା ସେ ଦର୍ଶାଇଛନ୍ତି । ଚୋରି ସାମଗ୍ରୀ ଫେରାଇବାକୁ ତ୍ୱରିତ ପଦକ୍ଷେପ ନେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *