ଆଜି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି କଂଗ୍ରେସ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ। ମହିଳା ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ କରିଛି କଂଗ୍ରେସ। ରାମମନ୍ଦିର ପାଖରୁ ଆରମ୍ଭ ହେଲା ପଦଯାତ୍ରା । ସାଧାରଣ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ଏହି ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ ସହ ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମଙ୍କ ଭଳି ନିଲମ୍ବିତ ବିଧାୟକ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେହିପରି ସମସ୍ତ କଂଗ୍ରେସ କର୍ମୀଙ୍କୁ ପଥର ନ ଧରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି କେହି ପଥର ଧରନ୍ତୁ ନାହିଁ। ପୋଲିସକୁ ମଧ୍ୟ ଲାଠି ନଧରିବାକୁ କଲେ ଅନୁରୋଧ କରିଛନ୍ତି । ଅନ୍ୟପଟେ ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। Post navigation ବିଧାନସଭା ପରିସରରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିଦାବ ମାନସ ଚୌଧୁରୀଙ୍କୁ ଉଠାଇ ନେଲା ପୋଲିସ