ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଲେଶ୍ଵରର ଫକୀରମୋହନ ସଂୟଶାସିତ ମହାବିଦ୍ୟାଳୟ ର ଇଂଟିଗ୍ରେଟେଡ ବିଏଡ୍ ଦ୍ଵିତୀୟବର୍ଷ ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ବାରା ନିର୍ଯାତିତା ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷା କରିବାପରେ ନ୍ୟାୟ ନପାଇ ଶେଷରେ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ଘଟଣାର ଅନୁଧ୍ୟାନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନିମ୍ନମତେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟି ଖୁବଶିଘ୍ର ବାଲେଶ୍ଵର ଗସ୍ତକରି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବେ। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏଥିରେ ମୋଟ ୮ ଜଣିଆ କମିଟି ସଦସ୍ୟ ରହିଛନ୍ତି । ସେମାନେ ହେଲେ ପ୍ରଫେସର ଗାୟତ୍ରୀ ବିଶ୍ଵାଳ, ସୋଫିଆ ପିର୍ଦ୍ଦେଶ, ମଧୁସ୍ମିତା ସେଠୀ, ପ୍ରଣତୀ ମିଶ୍ର, ଉପସଭାନେତ୍ରୀ, ଜୟଶ୍ରୀ ପାତ୍ର, ଡା. ଦେବସ୍ମିତା ଶର୍ମା,ସୁସ୍ମିତା ଘୋଷାଲ ରହିଛନ୍ତି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି କହିଛନ୍ତି ଏହି ଘଟଣା ସଠିକ୍ ଢଙ୍ଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି, ତେଣୁ ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ । ସେଠାରେ ସମସ୍ତ ଘଟଣାର ଅନୁଧ୍ୟାନ କରିବ । ଛାତ୍ରୀ ଜଣକ କାହିଁକି ଆତ୍ମାହୁତି ଉଦ୍ୟମ କଲା, ସେଥିପାଇଁ ସେ ଆଗରୁ ସମସ୍ତଙ୍କୁ ଅବଗତ କରିଥିଲା । ହେଲେ ଏହି ଘଟଣାକୁ କାହିଁକି ହାଲୁକା ଭାବେ ନିଆଗଲା ସମସ୍ତ ଘଟଣାର ଅନୁଧ୍ୟାନ କରିବେ । Post navigation ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: ଏନସିଡବ୍ଲ୍ୟୁର ହସ୍ତକ୍ଷେପ; ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଏଫଏମ୍ କଲେଜ ଘଟଣା; ରାଜରାସ୍ତାରେ ଗର୍ଜିଲା ବିଜେଡ଼ି ଓ କଂଗ୍ରେସ