ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଜାତିଗତ ପ୍ରମାଣପତ୍ରରେ ଜାଲିଆତି ନେଇ ଅଭିଯୋଗକଲା କଂଗ୍ରେସ । ଜାଲ୍‌ ଜାତି ପ୍ରମାଣପତ୍ର ଦେଇ ପାଠପଢିବାସହ ସରକାରୀ ଚାକିରି, ବିଧାୟକ ପଦ ଓ ଏବେ ମନ୍ତ୍ରୀ ପଦ ହାତେଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏହା ସହ ମନ୍ତ୍ରୀ ପଦରୁ ମୁକେଶ ମହାଲିଙ୍ଗଙ୍କୁ ବାହାର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ୨୦୦୨ ପରେ ତାଙ୍କ ଜାତି ଅନୁସୂଚିତ ଜାତି ଭୁକ୍ତ ହେଲା ତା ପୂର୍ବରୁ ସେ ସାର୍ଟିଫିକେଟ ଆଣିଲେ କେଉଁଠୁ ‌ବୋଲି କଂଗ୍ରେସ କହିଛି।

କଂଗ୍ରେସ ମୁଖପାତ୍ର ଅଭିଷେକ ମହାନନ୍ଦ କହିଛନ୍ତି, ଆରଡିସି ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସମ୍ବଲପୁର ଦ୍ୱାରା ତଦନ୍ତ କଲେ ମୁକେଶ ମହାଲିଙ୍ଗ ଜାଲ ଜାତି ପ୍ରମାଣ ଦେଇକି ଚାକିରି କରିଛନ୍ତି। ମନ୍ତ୍ରୀ ଜାଣିଛନ୍ତି ପକ୍ଷ ରଖିଲେ ତାଙ୍କର ସବୁ ମିଛ ପୋଲ ଖୋଲିଯିବ। ସମ୍ପୂର୍ଣ୍ଣ ଦଳିତ ସମାଜକୁ ବଞ୍ଚିତ କରିଛନ୍ତି ମନ୍ତ୍ରୀ। ଯଦି ମନ୍ତ୍ରୀ ଜାଲ୍ ଜାତି ପ୍ରମାଣପତ୍ର ଦେଇନଥାନ୍ତେ ତେବେ ମୁକେଶ ମହାଲିଙ୍ଗଙ୍କ ସ୍ଥାନରେ ଆଉ କେହି ଦଳିତ ପାଠ ପଢିଥା’ନ୍ତା, ଚାକିରି କରିଥାନ୍ତା ଏବଂ ମନ୍ତ୍ରୀ ମଧ୍ୟ ହୋଇଥାନ୍ତା। ୧୯୭୮ରେ କେଉଁ ହିସାବରେ ସାର୍ଟିଫିକେଟ ପାଇଲେ ମୁକେଶ ଆଉ ଚାକିରି କଲେ। ଏନେଇ ଯେଉଁ କେଶରେ ତାଙ୍କୁ ସମନ ହୋଇଛି ସେ କେଶର ଅଭିଯୋଗକାରୀ ଅଭିଯୋଗ କରିଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି ମୁଁ ଜଣେ ଦଳିତ, ମୁଁ ମୋର ୫ ପିଢ଼ିର ତଥ୍ୟ ଦେଇପାରିବି। ମୁକେଶ ମହାଲିଙ୍ଗ ୨ ପିଢ଼ିରୁ ଅଧିକ ତଥ୍ୟ ଦେଇପାରିବେ କି? ଆବଶ୍ୟକ ପଡ଼ିଲେ ଆମେ ଆଇନର ସହାୟତା ସହ ନିର୍ବାଚନ ଆୟୋଗଙ୍କ ପାଖରେ ମଧ୍ୟ ଅଭିଯୋଗ କରିବୁ

Leave a Reply

Your email address will not be published. Required fields are marked *