ବିଧାନସଭା ଶୂନ୍ୟ କାଳରେ SC, ST ଓ OBC ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ। ସଂରକ୍ଷଣକୁ ନେଇ ଦେଶରେ ସମସ୍ଯା ସୃ଼ଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଉତ୍କଟ ସମସ୍ଯା ସୃଷ୍ଟି ହୋଇଛି । ସେଥିପାଇଁ ଏ ନେଇ ଗୃହ ମଧ୍ୟ ଭାଗରେ ଯାଇ ଆଦିବାସୀ ମାରଣ ନୀତି ଚଳିବ ନାହିଁ , ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି କଂଗ୍ରେସର ପ୍ରତିବାଦ ଦେଖିବାକୁ ମିଳିଛି ।

କଂଗ୍ରେସ ଅନୁସାରେ ଚଳିତ ଥର ମଧ୍ୟ ରାଜ୍ୟର ଜନସଂଖ୍ୟାର ପ୍ରାୟ ୯୪ ଭାଗ (ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗ ) ଛାତ୍ରଛାତ୍ରୀଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନିୟମକୁ ସମ୍ପୂର୍ଣ୍ଣ ରୂପରେ ଅଣଦେଖା କରାଯାଇଛି । ରାଜ୍ୟରେ OBC ୫୪ ପ୍ରତିଶତ, SC ST ୪୦ ପ୍ରତିଶତ ଲୋକ ଅଛନ୍ତି । ହେଲେ OBC ସଂରକ୍ଷଣ ୨୭ ପ୍ରତିଶତ ବଦଳରେ ଶୂନ୍ୟ କରାଯାଇଛି । SC ST ଙ୍କ ସ୍ୱର ଓ ଅଧିକାରକୁ ରାଜ୍ୟ ସରକାର ବନ୍ଦ କରି ଦେଉଥିବା ଅଭିଯୋଗ ହୋଇଛି । SC ST ଙ୍କୁ ୩୮.୭୫ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଅଛି । ହେଲେ ମେଡିକାଲ ପାଠ୍ୟକ୍ରମରେ ୨୦ ପ୍ରତିଶତ ସଂରକ୍ଷଣ ଯୋଗୁଁ SC ST ବର୍ଗ ଛାତ୍ରଛାତ୍ରୀ ବାର୍ଷିକ ହରାଉଛନ୍ତି ୩୦୦ ସିଟ । MBBS ରେ ବାର୍ଷିକ ୫୧୦୦ ସିଟ ହରାଉଛନ୍ତି ST ଛାତ୍ରଛାତ୍ରୀ । ଡାକ୍ତରୀ ଚାକିରୀରେ ୭୦୦୦ ବାଦ ପଡ଼ୁଛନ୍ତି । ତେଣୁ ଆସନ୍ତା ୨୯ ତାରିଖରୁ ହେବାକୁ ଥିବା ନାମ ଲେଖା ପ୍ରକ୍ରିୟା ବାତିଲ କରି SC,ST ଓ OBC ଙ୍କୁ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ପ୍ରଦାନ ପୂର୍ବକ ନୂତନ ବିଜ୍ଞପ୍ତି ପ୍ରକାଶ କରାଯାଉ ଦାବି କରାଯାଇଛି।

ସେହିପରି ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଉଠିଲା । ନ ହେଲେ OBC ହଇରାଣ ହେବେ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ବି ସ୍ୱର ଉଠାଇଲେ । ରିଜୋଲିଉସନ ଅଣାଯାଉ ଓ ପ୍ରଶ ଉତ୍ତର କାଳ ନଥିବାରୁ ଆଲୋଚନା ପାଇଁ ଅରୁଣ ସାହୁ ଦାବି କଲେ। ବିଜେଡି ସଦସ୍ୟ ବି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରାଯାଇଛି।

Leave a Reply

Your email address will not be published. Required fields are marked *