କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ କହିଛି ସରକାର ହତ୍ୟା କରିଛନ୍ତି। ଏଥିପାଇଁ ସରକାର ଦାୟୀ। ତେଣୁ ମୃତକ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଛି କଂଗ୍ରେସ। କ୍ଷତିପୂରଣ ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମ କହିଛନ୍ତି ।

ସୂଚନା ଯୋଗ୍ୟ; କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଆଉ ୩ ଜଣଙ୍କ ର ମୃତ୍ୟୁ ହୋଇଥିଲା । ଏହା ପରେ ICUରେ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ଅଭିଯୋଗ ଆଣିଥିଲେ ପରିବାର ଲୋକେ।

Leave a Reply

Your email address will not be published. Required fields are marked *