Congress Candidate Ghasiram Majhi Files Nomination For Nuapada By-Election
ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନାମାଙ୍କନ ଦାଖଲ କରିଛନ୍ତି ।
 
ପିସିସି ସଭାପତି ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ଗହଣରେ, ବିରାଟ ରାଲିରେ ଆସି ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ ଘାସିରାମ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରିଥିଲା ଘାସିରାମ ମାଝୀଙ୍କ ବିରାଟ ରାଲି ।
 
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ।
 
୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ ଘାସିରାମ ମାଝୀ । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା ।
Congress Candidate Ghasiram Majhi Files Nomination For Nuapada By-Election

By Nirvay

Leave a Reply

Your email address will not be published. Required fields are marked *