ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ଓ ବାମପନ୍ଥୀ ଦଳ । ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଶେଷରେ ବିଜେପି ଦଳର ଏବିଭିପିର ଝିଅ ବି ବାଦ୍ ପଡିଲାନି । ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ । କେହି ପ୍ରତିବାଦ କଲେନି । ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି । ନୈତିକତା ଦୃଷ୍ଟିରୁ ଶାସନରୁ ଗାଦିରୁ ଏ ସରକାର ଓହରିଯିବା ଦରକାର । ତାଙ୍କ ଦଳ ଏବିଭିପି ର ଝିଅକୁ ହତ୍ୟା କରିଛନ୍ତି । ଯାହାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ପିସିସି ସଭାପତି ଦାସ । ଏଥିରେ କଂଗ୍ରେସ ସମେତ ୮ଟି ସମଭାବାପନ୍ନ ଦଳ ସାମିଲ ହେବେ । ସ୍କୁଲ୍, କଲେଜ, ଦୋକାନ ବଜାର ବନ୍ଦ ରହିବ ବୋଲି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି । ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଡଗତି କାମନା କରିବ କଂଗ୍ରେସ । Post navigation ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ; ମୁଖ୍ୟମନ୍ତ୍ରୀ କଲେ ସହାୟତା ଘୋଷଣା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା କହିଲେ ରାହୁଲ