ପହଲଗାମ ଆକ୍ରମଣରେ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଦେଶର ଏପରି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଏହାକୁ ରାଜନୀତି ନ କରି ସାରା ଦେଶ ଏକତ୍ରିତ ହେବାକୁ ଥିବା ବେଳେ କଂଗ୍ରେସ କିନ୍ତୁ ନିଜର ଚିରାଚରିତ ଢଙ୍ଗରୁ ବିରତ ହେଉ ନାହିଁ । ଗୋଟିଏ ପଟେ ରାହୁଲ ଗାନ୍ଧୀ ନିଜର ନେତାକୁ ଆପତ୍ତି ଜନକ ଟିପ୍ପଣୀ ନ ଦେବାକୁ ତାଗିଦ କରୁଥିବାବେଳେ କଂଗ୍ରେସର ହୀନ ରାଜନୀତି କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସର ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ ହୋଇଛି । କଂଗ୍ରେସ ପିଏମ ମୋଦୀଙ୍କ ନାଁ ନ ନେଇ ତାଙ୍କର ମୁଣ୍ଡ ନ ଥିବା, ହାତ ଓ ଗୋଡ଼ ନ ଥିବା ଏକ ଫଟୋ ଏକ୍ସରେ ପୋଷ୍ଟ କରିଛି।ଆଉ ତା ସ୍ଥାନରେ ଲେଖା ହୋଇଛି ‘ଗାଏବ୍’ । ଆଉ ପୋଷ୍ଟରେ ଲେଖାଯାଇଛି ‘ଦାୟିତ୍ୱ ନେବା ସମୟ-ଗାଏବ୍’ । ଯାହାକି ପ୍ରଧାନମନ୍ତ୍ରୀଙ୍କ ଶରୀରକୁ ସ୍ପଷ୍ଟ ଦର୍ଶାଉଛି । ଯାହାକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସର ଏଭଳି କୁତ୍ସିତ ମାନସିକତା ପାଇଁ ବିଜେପି କଡ଼ା ସମାଲୋଚନା କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯେତେବେଳେ ଆତଙ୍କବାଦୀ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇରେ ଏକତ୍ରିତ ହେବାର ସମୟ, ସେତେବେଳେ କଂଗ୍ରେସ ନିଜର ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି ହୀନ ଚିନ୍ତାଧାରା ରଖୁଛି । କଂଗ୍ରେସ ଦ୍ୱାରା ପ୍ରକାଶିତ ଏହି ପୋଷ୍ଟର୍ ଆତଙ୍କବାଦକୁ ସମର୍ଥନ କରୁଥିବା ଏହାର ହିଂସାତ୍ମକ ଚିନ୍ତାଧାରାକୁ ପ୍ରକାଶ କରୁଛି । ‘ମୁଣ୍ଡକୁ ଶରୀରରୁ ଅଲଗା କରିବା’ ଏକ ଆତଙ୍କବାଦୀ ଚିନ୍ତାଧାରା। Post navigation ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଆତଙ୍କବାଦକୁ ମୂଳପୋଛ କରିବାକୁ ୩ ସେନା ମୁଖ୍ୟଙ୍କୁ ପୂର୍ଣ୍ଣ କ୍ଷମତା ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ହେବେ ଭାରତର ପରବର୍ତ୍ତି ମୁଖ୍ୟ ବିଚାରପତି