ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ସିଲଭର୍ ମେଡାଲ୍ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଛନ୍ତି ସରକାର । ଏହା ସହ ମମିତା ମେହେର, ନବ ଦାସ, ମାହାଙ୍ଗା ମର୍ଡର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି ବିଜେଡ଼ି-କଂଗ୍ରେସ ସରକାର ସମୟରେ କଣ ହେଉଥିଲା ଓଡ଼ିଶାବାସୀ ଜାଣନ୍ତି । ଗଣତନ୍ତ୍ରରେ ସମସ୍ତଙ୍କର ଆନ୍ଦୋଳନ କରିବା ଅଧିକାର ଅଛି, କରନ୍ତୁ । Post navigation ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ସାହାଜଟ ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ