କଟକ ମାହାଙ୍ଗା ବ୍ଲକ୍‌ ଅଫିସ ପରିସରରେ ଗଣ୍ଡଗୋଳ ସହ ଭଙ୍ଗାରୁଜା । ମାହାଙ୍ଗା ବ୍ଲକ ପ୍ରଶାସନର ଅବହେଳା ପ୍ରତିବାଦରେ ବ୍ଲକ ଅଫିସରେ ଧାରଣାରେ ବସିଛନ୍ତି ମାହାଙ୍ଗା ବ୍ଲକର ବିଭିନ୍ନ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରତିନିଧି । ଗତକାଲି ଠାରୁ ଧାରଣାରେ ୩୪ଟି ପଞ୍ଚାୟତର ବ୍ଲକ ଅଧ୍ୟକ୍ଷା ଓ ପଞ୍ଚାୟତ ପ୍ରତିନିଧି ବସିଥିବା ବେଳେ ଦେଖା ଦେଇଛି ଗଣ୍ଡଗୋଳ। ଜନପ୍ରତିନିଧିଙ୍କୁ ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଚେୟାର ପିଙ୍ଗିବାରୁ SDPO ଓ ଜିଲ୍ଲା ପରିଷଦ ସଭ୍ୟ ଆହତ ହୋଇଥିବା ଜଣାପଡିଛି । ଗଣ୍ଡଗୋଳ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ମାହାଙ୍ଗା ବ୍ଲକ ପରିସରରେ ପୋଲିସ ଲାଠି ଚାଳନା କରିଛି ।

Leave a Reply

Your email address will not be published. Required fields are marked *