ଷ୍ଟାର୍ଟଅପ ଓଡ଼ିଶାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ ହେବ। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ଅର୍ଥ ବିଭାଗର ଅଧିକାରୀ, ଏମଏସଏମଇ ବିଭାଗ ଏବଂ ସାଧାରଣ ଉଦ୍ୟୋଗ ବିଭାଗକୁ ନେଇ ଏହି ଏକ କମିଟି ଗଠିତ ହୋଇଛି । କମିଟିରେ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଅଧ୍ୟକ୍ଷ ରହିବେ। ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଏବଂ ପିଇ ବିଭାଗର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ସଦସ୍ୟ ରହିବେ। ଏହି କମିଟି ଷ୍ଟାର୍ଟଅପ ଓଡିଶାର ବିଭିନ୍ନ ଦିଗଗୁଡ଼ିକର ଯାଞ୍ଚ କରିବ। ରାଜ୍ୟ ମଧ୍ୟରେ ଓ ବାହାରେ ଷ୍ଟାର୍ଟଅପର ଆର୍ଥିକ ଅନୁଦାନ, ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ପାଣ୍ଠି ଓ ଅନୁଦାନ, ପ୍ରକଳ୍ପ ପରିଚାଳନା ପରାମର୍ଶଦାତା କେତେ କାମ କରିଛନ୍ତି, ପ୍ରକଳ୍ପ ଅଧିକାରୀଙ୍କ ଏନପିଏସ ଓ ଇପିଏଫକୁ ଅବଦାନ ଓ ଏମଏନସି ଦ୍ୱାରା ଅଫିସ ସ୍ଥାନର ବ୍ୟବହାର ଆଦିକୁ ଉପରୋକ୍ତ କମିଟି ତଦନ୍ତ କରିବ। ଏହି କମିଟି ଆସନ୍ତା ୨୧ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *