ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ନଭେମ୍ବର ମାସ ଆରମ୍ଭ ହେବା ମାତ୍ରେ ସାଧାରଣ ଜନତାଙ୍କୁ ବଡ଼ ଝଟକା। ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୨ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରିଛି। କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି। ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ନୂଆ ଦର କ’ଣ ଆଇଓସିଏଲର ଅଫିସିଆଲ ୱେବସାଇଟ ଅନୁଯାୟୀ, ବାଣିଜ୍ୟିକ ସିଲିଣ୍ଡରର ନୂଆ ଦର ବିଷୟରେ ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା:- ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୧୮୦୨ ଟଙ୍କା ରେ ପହଞ୍ଚିଛି। ଅକ୍ଟୋବରରେ ଏହାର ମୂଲ୍ୟ ୧୭୪୦ ଟଙ୍କା ଥିଲା। କୋଲକାତାରେ ୧୯ କିଲୋଗ୍ରାମ ସିଲିଣ୍ଡର ର ମୂଲ୍ୟ ୧୮୫୦.୫୦ ଟଙ୍କାରୁ ୧୯୧୧.୫୦ ଟଙ୍କାକୁ ବୃଦ୍ଧି ପାଇଛି। ବାଣିଜ୍ୟିକ ସିଲିଣ୍ଡର ମୁମ୍ବାଇରେ ୧୭୫୪ ଟଙ୍କାରେ ଉପଲବ୍ଧ ହେବ। ଗତ ମାସରେ ଏହାର ମୂଲ୍ୟ ୧୬୯୨.୫୦ ଟଙ୍କା ଥିଲା। ଚେନ୍ନାଇରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାରୁ ୧୯୬୪ ଟଙ୍କାକୁ ବୃଦ୍ଧି ପାଇଛି। Post navigation ମାର୍କେଟ ବିଲ୍ଡିଂର ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଅଦିନିଆ ବର୍ଷା